Posts

ଉପକାରୀ ଦ୍ରବ୍ୟ

 ପ୍ରତିଦିନ ସକାଳୁ ଖାଆନ୍ତୁ ରସୁଣ  25-12-2023 ରସୁଣ ହେଉଛି ଭାରତୀୟ ରୋଷେଇ ମୂଳ ପରିବା । ଏହାକୁ ବାଟି କରି ମସଲା ଏବଂ କିମ୍ୱା ଗୋଟା ଆକାରରେ ବ୍ୟବହାର କରାଯାଇପାରେ । ରସୁଣ କେବଳ ଖାଦ୍ୟର ସ୍ୱାଦ ଏବଂ ସୁଗନ୍ଧକୁ ବଢାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଲାଭ ଅଟେ । ରସୁଣର ପୁଷ୍ଟିକର ମୂଲ୍ୟ ବିଷୟରେ କହିବାକୁ ଗଲେ ଏଥିରେ ଜିଙ୍କ, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍ ସି, ଭିଟାମିନ୍ କେ, ଫୋଲେଟ୍‌, ଥିଏମାଇନ୍‌, ନିୟାସିନ୍‌, ଏଲିସିନ୍ ରହିଥାଏ । ଫସଫରସ୍ ପରି ପୁଷ୍ଟିକର ଖାଦ୍ୟ ପ୍ରଚୁର ପରିମାଣରେ ମିଳିଥାଏ ଏବଂ ଶୀତଦିନେ ମଧ୍ୟ ଏହା ବହୁତ ଲାଭଦାୟକ ଅଟେ । ରସୁଣରେ ଥିବା ଗୁଣ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିପାରିବ । ଶୀତଦିନେ, ଖାଦ୍ୟ ଟିକେ ଭାରୀ ହୋଇଯାଏ ଏବଂ ଶାରୀରିକ କାର୍ଯ୍ୟକଳାପ କମିଯାଏ, ଯେଉଁ କାରଣରୁ ମେଟାବୋଲିଜିମ୍ ମନ୍ଥର ହୋଇପାରେ ଏବଂ ଓଜନ ବଢିପାରେ । ରସୁଣ ଖାଇବା କେବଳ ଶୀତଦିନେ ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ନାହିଁ, ଏହା ଆପଣଙ୍କୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା କରିବ । ଶୀତ ଦିନେ ରସୁଣ କିପରି ଖାଇବେ –ଯଦି ରସୁଣକୁ ମହୁରେ ବୁଡ଼ାଇ ଶୀତଦିନେ ଖାଆନ୍ତି, ତେବେ ଏହା ଅନେକ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ । ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଇପାରିବେ । ଭାଇରାଲ୍ ରୋଗରୁ ମୁକ୍ତି ମିଳିବଶୀତଦିନେ ରସୁଣ ଖାଇବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢା...

ହଇଜା ରୋଗର ଚିକିତ୍ସା

 ହଇଜା ରୋଗର ଚିକିତ୍ସା ହଇଜା ବ୍ୟାକ୍ଟେରିଆ ଜନିତ ଏକ ରୋଗ । ଏହା ଦୂଷିତ ପାଣିରୁ ବ୍ୟାପି ଥାଏ । ଠିକ୍ ସମୟରେ ଚିକିତ୍ସା ନକରିଲେ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ । ହଇଜା ଏକ ଆକ୍ୟୁଟ୍ ଡାଏରିଆ ସଂକ୍ରମଣ ରୋଗ ଓ ଏହା ବିବ୍ରିୟୋ କୋଲେରା ନାମକ ବ୍ୟାକ୍ଟେରିଆର କାରଣରୁ ହୋଇଥାଏ । ଭାରତରେ ୩୦ ପ୍ରତିଶତ ବା ୩୭.୫ କୋଟି ଲୋକ ହଇଜା ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ହଇଜାରେ ତୁରନ୍ତ ଚିକିତ୍ସା ନକଲେ ରୋଗୀର ପାଣିର ଅଭାବରୁ ମୃତ୍ୟୁ ହୋଇଥାଏ । ଲକ୍ଷଣ : ହଇଜାର ଲକ୍ଷଣ ସଂକ୍ରମଣର କିଛି ଘଣ୍ଟା ବା ସଂକ୍ରମଣର ପାଞ୍ଚଦିନ ପରେ ଜଣାପଡେ । ବାନ୍ତି ହେବା ସହିତ ପତଳା ଝାଡା, ରୋଗୀର ଶରୀର ଥଣ୍ଡା ହୋଇଯିବା, ହୃଦୟଗତି ବଢିଯିବା, ପରିସ୍ରା କମ୍ ହେବା ଇତ୍ୟାଦି ହଇଜାର ଲକ୍ଷଣ । ହଇଜାରେ ଜର ଆସେ ନାହିଁ କିନ୍ତୁ ରୋଗୀ କ୍ଲାନ୍ତ ହୋଇପଡେ । ଲୋ ବ୍ଲଡ ପ୍ରେସର, ଅଧିକ ଶୋଷ ଲାଗିବା, ମାଂସପେଶୀ ଟାଇଟ୍ ହୋଇଯିବା ଇତ୍ୟାଦି ମଧ୍ୟ ହଇଜାର ଲକ୍ଷଣ । ଉଚିତ୍ ସମୟରେ ଏହାର ଚିକିତ୍ସା ହୋଇ ପାରିଲେ ରୋଗୀ ଭଲ ହୋଇଯାଇଥାଏ । ହଇଜା ଦୂଷିତ ଭୋଜନ ବା ଜଳରୁ ବ୍ୟାପୁଥିବା ଏକ ସଂକ୍ରମଣ ଅଟେ । ଏହା ଆନ୍ତକୁ ପ୍ରଭାବିତ କରିଥାଏ । ଏପରିସ୍ଥଳେ ରୋଗୀକୁ ପରିଷ୍କାର ଓ ପରିଚ୍ଛନ୍ନରେ ରଖିବା ଓ ସ୍ୱଚ୍ଛ ଖାଦ୍ୟ ଦେବା ଜରୁରୀ । ପାଣିକୁ ଫୁଟାଇ ରୋଗୀକୁ ପିଇବାକୁ ଦେବା ଉଚିତ୍ । ସମୟ ସମୟରେ ଓଆର୍‌ଏସ୍ ପାଣି ଦେବା ଉଚିତ୍ । ଲେମ୍ବୁ ପାଣି ମଧ୍ୟ ଉପକାରୀ ହୋଇଥାଏ । ଏ...

କିଡନୀ ରୋଗ

 କିଡନୀ ରୋଗ ହେଲେ ଶରୀରରେ ଦେଖାଯାଉଥିବା ଲକ୍ଷଣ କିଡନୀ ବା ବୃକକ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ । କିଡନୀ ଶରୀରରୁ ବୈଜ୍ୟବସ୍ତୁ ନିଷ୍କାସନ କରି ପରିଷ୍କାର ରଖେ । କିନ୍ତୁ ଯେତେବେଳେ କିଡନୀରେ ସମସ୍ୟା ହୁଏ, ସେତେବେଳେ ଅନେକ ଗୁଡିଏ ଲକ୍ଷଣ ଦେଖାଯାଏ । ଅଧିକାଂଶ ଲୋକ ସେହି ସବୁ ଲକ୍ଷଣକୁ ଅଣଦେଖା କରନ୍ତି ଅଥବା କିଡନୀ ସମସ୍ୟା ବୋଲି ଜାଣିପାରନ୍ତିନି । ତେବେ କିଡନୀ ରୋଗ ହେଲେ ଶରୀରରେ କି କି ଲକ୍ଷଣ ଦେଖାଦିଏ, ଜାଣନ୍ତୁ ଏହି ଆଲେଖ୍ୟରୁ... ନିଶ୍ୱାସରୁ ଦୁର୍ଗନ୍ଧ ଆସିବା- ସାଧାରଣତଃ ପିଆଜ ଖାଇଲେ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ନିଶ୍ୱାସରେ ଦୁର୍ଗନ୍ଧ ଆସିଥାଏ । କିନ୍ତୁ, ଯଦି ଏହିପରି ଲକ୍ଷଣ କ୍ରମାଗତ ଭାବେ ପରିଲିକ୍ଷିତ ହେଉଛି, ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏହା କିଡନୀ ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ । ପରିସ୍ରା ରଙ୍ଗରେ ପରିବର୍ତ୍ତନ - କିଡନୀର ଏକ ମୁଖ୍ୟ କାର୍ଯ୍ୟ ହେଉଛି ମୂତ୍ରକୁ ଫିଲ୍ଟର୍ କରିବା । ଯେତେବେଳେ କିଡନୀରେ ସଂକ୍ରମଣ କିମ୍ବା କୌଣସି ରୋଗ ଆରମ୍ଭ ହୁଏ, ସେତେବେଳେ ପ୍ରଥମେ ପରିସ୍ରାର ରଙ୍ଗ ବଦଳିଯାଏ । ଲଗାତାର ଏହି ପରିବର୍ତ୍ତନ ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କ୍ଳାନ୍ତ ଲାଗିବା- ଶରୀରରେ ଆଇରନ ଏବଂ ପୋଷକ ତତ୍ତ୍ୱର ଅଭାବ ଏବଂ କିଡନୀ ଜନିତ ସମସ୍ୟା କାରଣରୁ ଖୁବ୍ ଥକ୍କା ଲାଗେ । କାରଣ ଯେତେବେଳେ କିଡନୀ ସଠିକ୍ ...

ଆଣ୍ଟିବାୟୋଟିକ୍ସ

 ମହାମାରୀ ପାଲଟିଛି ଆଣ୍ଟିବାୟୋଟିକ୍ସ ଭୁବନେଶ୍ୱର:ଆଣ୍ଟିମାଇକ୍ରୋବାୟାଲ୍‌ ରେଜିଷ୍ଟାନ୍ସ(ଏଏମ୍‌ଆର) ବା ସାଧାରଣ ଭାବେ ଡ୍ରଗ୍ ରେଜିଷ୍ଟାଣ୍ଟସ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ଏଏମ୍‌ଆର ପାଇଁ ବିଶ୍ୱର ଯେଉଁ କେତୋଟି ଦେଶରେ ସର୍ବାଧିକ ମୃତ୍ୟୁ ହେଉଛି ତହିଁରେ ଭାରତ ରହିଛି । ସାଧାରଣ ଥଣ୍ଡା ଜ୍ୱରରେ ଲୋକମାନେ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ସ୍‌କୁ ଖାଇବା ଲାଗି ଘୋଷି ପକାଇଛନ୍ତି । ଏହା କେବଳ ଭାରତର ସମସ୍ୟା ନୁହେଁ, ଆମେରିକା ଓ ୟୁରୋପରେ ମଧ୍ୟ ଏଭଳି ସଙ୍ଗିନ୍ ସ୍ଥିତି ରହିଛି । ଭାରତରେ ପ୍ରତି୯ ମିନିଟ୍‌?ରେ ଗୋଟିଏ ଶିଶୁ ଆଣ୍ଟିବାୟୋଟିକ୍ସ୍ ରେଜିଷ୍ଟାନ୍ସ କାରଣରୁ ପ୍ରାଣ ହରାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ଡ୍ରଗ୍ ରେଜିଷ୍ଟାନ୍ସ୍ ଏବେ ଏକ ଅଘୋଷିତ ମହାମାରୀ ପାଲଟିଛି । ଆଣ୍ଟିବାୟୋଟିକ୍ସ୍‌ର ଅପବ୍ୟବହାର ହିଁ ଏଭଳି ସମସ୍ୟାର କାରଣ । ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ, ସବୁଠି ଆଣ୍ଟିବାୟୋଟିକ୍ସ୍‌ର ବ୍ୟବହାର କାରଣରୁ ଡ୍ରଗ୍ ରେଜିଷ୍ଟାନ୍ସ ବଢ଼ିବାରେ ଲାଗିଛି । ଆଣ୍ଟିବାୟୋଟିକ୍ସ୍‌ର ବ୍ୟବହାର କେବଳମଣିଷଙ୍କଠାରେ ନୁହେଁ ବରଂ ପ୍ରାଣୀସଂପଦ ଓ ମାଛ ଚାଷରେ ମଧ୍ୟ କରାଯାଉଛି । ତେଣୁ ମନୁଷ୍ୟର ଖାଦ୍ୟ ଶୃଙ୍ଖଳ ଭିତରେ ଏହା ପ୍ରବେଶ କରୁଛି । ଯେହେତୁ ବିଶ୍ୱରେ କୌଣସି ନୂଆ ଆଣ୍ଟିବାୟୋଟିକ୍ସ୍‌ର ଉଦ୍ଭାବନ ହୋଇନାହିଁ, ଏ ଦୃଷ୍ଟିରୁ ଡ୍ରଗ୍ ରେଜିଷ୍ଟାନ୍ସ ଭଳି ସମସ୍ୟାକୁ ଏହା ବଢ଼ାଇଦେଇଛି । ଆଣ୍ଟିବାୟୋଟିକ୍ସ୍ ରେଜିଷ...

ଯୋଗ -ବ୍ୟାୟାମ

ବହି ପଢିବା ଏକ ଖୁବ୍ ଭଲ ବ୍ୟାୟାମ  ମହିଳାମାନଙ୍କର ଘର କାମ ସାରିବା ପରେ କିଛି ସମୟ ପାଇଁ ନିଜକୁ ରିଲାକ୍ସ କରିବାକୁ ପସନ୍ଦ କରିଥାନ୍ତି । ଏହି ସମୟରେ ସେମାନେ ପ୍ରାୟତଃ ଗପସପ କରିବାକୁ ପସନ୍ଦ କରିଥାନ୍ତି । କେବେ କେବେ ଗପସପ କରି ନିଜକୁ ଭାରାକ୍ରାନ୍ତ ମଧ୍ୟ କରିଥାନ୍ତି । ଫଳରେ ମାନସିକ ସି୍ଥତି ଅସ୍ଥିର ହୋଇପଡେ । ଜାଣନ୍ତି କି ଏହି ସମୟକୁ ଆପଣ ଚାହିଁଲେ ଯେକୌଣସି ବହି ପଢିବାରେ ବ୍ୟବହାର କରିପାରିବେ । ଏହା ଏକ ଖୁବ୍ ଭଲ ବ୍ୟାୟାମ ମଧ୍ୟ, ଯାହା ମାନସିକ ସ୍ଥିତିକୁ ସୁସ୍ଥ ରଖିଥାଏ । ବହି ପଢା ହେଉଛି ଚିନ୍ତା ଓ ଅଯଥା ଗପସପଠାରୁ ଦୂରେଇ ରହିବା ପାଇଁ ଶ୍ରେଷ୍ଠ ବିକଳ୍ପ । ବହି ପଢିବା ଦ୍ୱାରା ଜ୍ଞାନ ଅର୍ଜନ ସହ ଆତ୍ମବିଶ୍ୱାସ ଓ ଏକାଗ୍ରତା ମଧ୍ୟ ବଢିଥାଏ । ଆଉ ମାନସିକ ସ୍ଥିତି ସ୍ଥିର ରହିଥାଏ । ଭଲ ନିଦ ପାଇଁ ପଢିବା ଜରୁରି ପଢିବା ଏକ ଭଲ ଅଭ୍ୟାସ, ଯାହା ସ୍ୱାସ୍ଥ୍ୟ ସହ ବ୍ୟକ୍ତିତ୍ୱରେ ମଧ୍ୟ ସୁଧାର ଆଣିଥାଏ । ପଢିବା ଦ୍ୱାରା ଚିନ୍ତା ଓ ଅବସାଦ ଦୂର ହୋଇଥାଏ । ଫଳରେ ନିଦ ନ ଆସିବା ପରି ସମସ୍ୟା ଥିଲେ, ତାହା ଦୂର ହୋଇ ଭଲ ନିଦ ଆସିଥାଏ । ଚିନ୍ତାରୁ ମୁକ୍ତି ଆମ ଶରୀର ସହ ଚିନ୍ତାର ସିଧାସଳଖ ସମ୍ପର୍କ ରହିଛି । ତେଣୁ ଅଧିକ ଚିନ୍ତା କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ । ଏପରିକି ବେଳେ ବେଳେ ମାନସିକ ଅବସାଦ ମଧ୍ୟ ଆସିଥାଏ । ଏଥିରୁ ନିସ୍ତାର ପାଇବା ପାଇଁ ବହି ପଢିବା ହେଉଛି ଶ୍ର...

ସଂଗୀତ

 ଉଚ୍ଚ ସ୍ୱରରେ ସଂଗୀତ ଶୁଣିବା କ୍ଷତିକାରକ  ଆଜିକାଲିର ବ୍ୟସ୍ତ ବହୁଳ ଜୀବନକୁ ଅନେକାଂଶରେ ଆରଳମ ଦେଇଥାଏ ସଙ୍ଗୀତ । ଅନେକ ନିଜ ପସନ୍ଦର ଗୀତ ଶୁଣିଥାଆନ୍ତି । କିନ୍ତୁ ଘଣ୍ଟା ଘଣ୍ଟା ଧରି ଗୀତ କିମ୍ବା କୌଣସି ଲାଉଡ୍ ସାଉଣ୍ଡରେ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ଜଣେ ବ୍ୟକ୍ତି ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଉଡ଼୍ ସାଉଣ୍ଡରେ ଗୀତ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ପାଇଥାଏ । ବିଶେଷ କରି ଆଜିକାଲି ସ୍କୁଲପିଲା ଏବଂ ଯୁବପିଢି ଏହି ସମସ୍ୟା ଦେଇ ଗତି କରୁଥିବା ଅଧିକ ଦେଖାଯାଉଛି । ତେବେ ଏହାକୁ ଅଖି ଆଗରେ ରଖି ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନ କୌଣସି ଗୀତ କିମ୍ବା ବହୁତ ଜୋର୍‌ରେ ହେଉଥିବା ଶବ୍ଦକୁ ଶୁଣିବା ପାଇଁ ଏକ ସୁରକ୍ଷିତ ସମୟ ସୀମା ପ୍ରସ୍ତୁତ କରିଛନ୍ତି । ଯେ ଅନୁସାରେ ଏମ୍‌ପି-୩ ପ୍ଲେୟରକୁ ସବୁଠାରୁ ଅଧିକ ସାଉଣ୍ଡ୍‌ରେ ବଜାଇଲେ ତାକୁ ଚାରି ମିନିଟ୍‌ରୁ ଅଧିକ ସମୟ ଶୁଣିବା କ୍ଷତିକାରକ । ସେହିପରି କାର୍ ଭିତରେ ବାଜୁଥିବା ସାଉଣ୍ଡକୁ ଆଠ ଘଣ୍ଟା, ଘାସ କାଟୁଥିବା ମିଶନର ସାଉଣ୍ଡକୁ ୩୦ ମିନିଟ୍‌, କାର ହର୍ନର ସାଉଣ୍ଡ୍‌କୁ ୧୫ ମିନିଟ୍‌, ସଙ୍ଗୀତ ସମାରୋହ ରେ ବାଜୁଥିବା ସାଉଣ୍ଡ୍‌କୁ ୯ ସେକେଣ୍ଡରୁ ଅଧିକ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ହେବା ଅଶଙ୍କାକୁ ଏଡାଇ ଦିଆଯାଇ ପାରିବ । ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।