ହଇଜା ରୋଗର ଚିକିତ୍ସା
ହଇଜା ରୋଗର ଚିକିତ୍ସା ହଇଜା ବ୍ୟାକ୍ଟେରିଆ ଜନିତ ଏକ ରୋଗ । ଏହା ଦୂଷିତ ପାଣିରୁ ବ୍ୟାପି ଥାଏ । ଠିକ୍ ସମୟରେ ଚିକିତ୍ସା ନକରିଲେ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ । ହଇଜା ଏକ ଆକ୍ୟୁଟ୍ ଡାଏରିଆ ସଂକ୍ରମଣ ରୋଗ ଓ ଏହା ବିବ୍ରିୟୋ କୋଲେରା ନାମକ ବ୍ୟାକ୍ଟେରିଆର କାରଣରୁ ହୋଇଥାଏ । ଭାରତରେ ୩୦ ପ୍ରତିଶତ ବା ୩୭.୫ କୋଟି ଲୋକ ହଇଜା ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ହଇଜାରେ ତୁରନ୍ତ ଚିକିତ୍ସା ନକଲେ ରୋଗୀର ପାଣିର ଅଭାବରୁ ମୃତ୍ୟୁ ହୋଇଥାଏ । ଲକ୍ଷଣ : ହଇଜାର ଲକ୍ଷଣ ସଂକ୍ରମଣର କିଛି ଘଣ୍ଟା ବା ସଂକ୍ରମଣର ପାଞ୍ଚଦିନ ପରେ ଜଣାପଡେ । ବାନ୍ତି ହେବା ସହିତ ପତଳା ଝାଡା, ରୋଗୀର ଶରୀର ଥଣ୍ଡା ହୋଇଯିବା, ହୃଦୟଗତି ବଢିଯିବା, ପରିସ୍ରା କମ୍ ହେବା ଇତ୍ୟାଦି ହଇଜାର ଲକ୍ଷଣ । ହଇଜାରେ ଜର ଆସେ ନାହିଁ କିନ୍ତୁ ରୋଗୀ କ୍ଲାନ୍ତ ହୋଇପଡେ । ଲୋ ବ୍ଲଡ ପ୍ରେସର, ଅଧିକ ଶୋଷ ଲାଗିବା, ମାଂସପେଶୀ ଟାଇଟ୍ ହୋଇଯିବା ଇତ୍ୟାଦି ମଧ୍ୟ ହଇଜାର ଲକ୍ଷଣ । ଉଚିତ୍ ସମୟରେ ଏହାର ଚିକିତ୍ସା ହୋଇ ପାରିଲେ ରୋଗୀ ଭଲ ହୋଇଯାଇଥାଏ । ହଇଜା ଦୂଷିତ ଭୋଜନ ବା ଜଳରୁ ବ୍ୟାପୁଥିବା ଏକ ସଂକ୍ରମଣ ଅଟେ । ଏହା ଆନ୍ତକୁ ପ୍ରଭାବିତ କରିଥାଏ । ଏପରିସ୍ଥଳେ ରୋଗୀକୁ ପରିଷ୍କାର ଓ ପରିଚ୍ଛନ୍ନରେ ରଖିବା ଓ ସ୍ୱଚ୍ଛ ଖାଦ୍ୟ ଦେବା ଜରୁରୀ । ପାଣିକୁ ଫୁଟାଇ ରୋଗୀକୁ ପିଇବାକୁ ଦେବା ଉଚିତ୍ । ସମୟ ସମୟରେ ଓଆର୍ଏସ୍ ପାଣି ଦେବା ଉଚିତ୍ । ଲେମ୍ବୁ ପାଣି ମଧ୍ୟ ଉପକାରୀ ହୋଇଥାଏ । ଏହା ବ୍ୟତୀତ ପାନମଧୁରୀ ବା ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଥଣ୍ଡା କରି ସେହି ପାଣିକୁ ରୋଗୀକୁ ଦେବା ଉଚିତ୍ । କାରଣ ଶରୀର ପୂର୍ବରୁ ଦୁର୍ବଳ ହୋଇଯାଇଥାଏ । ତେଣୁ ରୋଗୀକୁ ଅଧିକ ଭାରୀ ଆହାର ଦେବା ଉଚିତ୍ ନୁହେଁ । ତାଜା ଫଳର ଜୁସ୍ ଦିଅନ୍ତୁ । କୌଣସି ଖାଦ୍ୟର ପରିବର୍ତ୍ତନ କଲେ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରିବା ଉଚିତ୍ ।
Comments
Post a Comment