କିଡନୀ ରୋଗ

 କିଡନୀ ରୋଗ ହେଲେ ଶରୀରରେ ଦେଖାଯାଉଥିବା ଲକ୍ଷଣ କିଡନୀ ବା ବୃକକ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ । କିଡନୀ ଶରୀରରୁ ବୈଜ୍ୟବସ୍ତୁ ନିଷ୍କାସନ କରି ପରିଷ୍କାର ରଖେ । କିନ୍ତୁ ଯେତେବେଳେ କିଡନୀରେ ସମସ୍ୟା ହୁଏ, ସେତେବେଳେ ଅନେକ ଗୁଡିଏ ଲକ୍ଷଣ ଦେଖାଯାଏ । ଅଧିକାଂଶ ଲୋକ ସେହି ସବୁ ଲକ୍ଷଣକୁ ଅଣଦେଖା କରନ୍ତି ଅଥବା କିଡନୀ ସମସ୍ୟା ବୋଲି ଜାଣିପାରନ୍ତିନି । ତେବେ କିଡନୀ ରୋଗ ହେଲେ ଶରୀରରେ କି କି ଲକ୍ଷଣ ଦେଖାଦିଏ, ଜାଣନ୍ତୁ ଏହି ଆଲେଖ୍ୟରୁ... ନିଶ୍ୱାସରୁ ଦୁର୍ଗନ୍ଧ ଆସିବା- ସାଧାରଣତଃ ପିଆଜ ଖାଇଲେ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ନିଶ୍ୱାସରେ ଦୁର୍ଗନ୍ଧ ଆସିଥାଏ । କିନ୍ତୁ, ଯଦି ଏହିପରି ଲକ୍ଷଣ କ୍ରମାଗତ ଭାବେ ପରିଲିକ୍ଷିତ ହେଉଛି, ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏହା କିଡନୀ ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ । ପରିସ୍ରା ରଙ୍ଗରେ ପରିବର୍ତ୍ତନ - କିଡନୀର ଏକ ମୁଖ୍ୟ କାର୍ଯ୍ୟ ହେଉଛି ମୂତ୍ରକୁ ଫିଲ୍ଟର୍ କରିବା । ଯେତେବେଳେ କିଡନୀରେ ସଂକ୍ରମଣ କିମ୍ବା କୌଣସି ରୋଗ ଆରମ୍ଭ ହୁଏ, ସେତେବେଳେ ପ୍ରଥମେ ପରିସ୍ରାର ରଙ୍ଗ ବଦଳିଯାଏ । ଲଗାତାର ଏହି ପରିବର୍ତ୍ତନ ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କ୍ଳାନ୍ତ ଲାଗିବା- ଶରୀରରେ ଆଇରନ ଏବଂ ପୋଷକ ତତ୍ତ୍ୱର ଅଭାବ ଏବଂ କିଡନୀ ଜନିତ ସମସ୍ୟା କାରଣରୁ ଖୁବ୍ ଥକ୍କା ଲାଗେ । କାରଣ ଯେତେବେଳେ କିଡନୀ ସଠିକ୍ ଭାବରେ କାମ ନ କରେ, ସେତେବେଳେ ରକ୍ତରେ ଲୋହିତ ରକ୍ତ କଣିକାର ଅଭାବ ଦେଖାଯାଏ । ଏହି କୋଷଗୁଡ଼ିକ ରକ୍ତରେ ଅମ୍ଳଜାନ ସ୍ତର ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ନିଭାଇଥାନ୍ତି । ତେଣୁ ଲୋହିତ ରକ୍ତ କଣିକା ଅଭାବ ହେଲେ ଶରୀର ଦୁର୍ବଳ ହୋଇପଡେ । ନିଶ୍ୱାସ ନେବାରେ କଷ୍ଟ ହେବା ରକ୍ତରେ ଅମ୍ଳଜାନର ଅଭାବ କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୁଏ । ରକ୍ତରେ ଲୋହିତ ରକ୍ତ କଣିକା ଅଭାବ କାରଣରୁ ଏପରି ଲକ୍ଷଣ ଦେଖାଯାଏ । ଯଦି ଏପରି ଲକ୍ଷଣ ଦେଖା ଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଚର୍ମ ସମସ୍ୟା- ଚର୍ମରେ ଅତ୍ୟଧିକ କୁଞ୍ଚନ କିମ୍ବା ଅଧିକ ଦାଗ ଦେଖାଯିବା ମଧ୍ୟ କିଡନୀ ଜନିତ ସମସ୍ୟାର ଲକ୍ଷଣ ହୋଇପାରେ । କାରଣ କିଡନୀ ରକ୍ତକୁ ଶୁଦ୍ଧ କରିଥାଏ, ବିଷାକ୍ତ ଉପାଦାନଗୁଡ଼ିକୁ ଅଲଗା କରି ପରିସ୍ରା ମାଧ୍ୟମରେ ଶରୀରରୁ ବାହାର କରିଥାଏ । ଯେତେବେଳେ କିଡନୀ ସଠିକ୍ କାମ କରେ ନାହିଁ, ସେତେବଳେ ଚର୍ମ ସମସ୍ୟା ଦେଖାଯିବା ଆରମ୍ଭ କରେ । ତେଣୁ, ଯଦି ଏହି ଲକ୍ଷଣଗୁଡ଼ିକ ଚର୍ମରେ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । 

Comments

Popular posts from this blog

ଯୋଗ -ବ୍ୟାୟାମ